Post by Shramajibee Sangathan
Lead Organizer at SJS/MSJS Malkangiri
💧 ଗୋଳିଆ ପାଣି ନୁହେଁ, ଦରକାର ସ୍ୱଚ୍ଛ ପାନୀୟ ଜଳ! ମାଲକାନଗିରି ଜିଲ୍ଲା, କୋରୁକୋଣ୍ଡା ବ୍ଲକ, ପୋଟ୍ରେଲ ପଞ୍ଚାୟତ ଅନ୍ତର୍ଗତ ଉସକାପାଲ୍ଲୀ ଗ୍ରାମରେ ଥିବା ଏହି ନଳକୂପରୁ ଦୀର୍ଘଦିନ ଧରି ଗୋଳିଆ ଓ ଅପରିଷ୍କାର ପାଣି ବାହାରୁଛି। ଏହି ପାଣିକୁ ଗ୍ରାମବାସୀ ପିଇବାକୁ ବାଧ୍ୟ ହେଉଥିବାରୁ ସ୍ୱାସ୍ଥ୍ୟ ଉପରେ ଗଭୀର ବିପଦ ସୃଷ୍ଟି ହେଉଛି। ଏଥିସହ ନଳକୂପ ପାଖରେ ପ୍ଲାଟଫର୍ମର ବ୍ୟବସ୍ଥା ନଥିବାରୁ ପାଣି ଜମି ଅସ୍ୱଚ୍ଛ ପରିବେଶ ସୃଷ୍ଟି ହେଉଛି। 🙏 ଆମର ଦାବି: ✅ ନଳକୂପର ତୁରନ୍ତ ମରାମତି କରାଯାଉ। ✅ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରାଯାଉ। ✅ ନଳକୂପ ନିକଟରେ ସ୍ଥାୟୀ ପ୍ଲାଟଫର୍ମ ନିର୍ମାଣ କରାଯାଉ। ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ଓ ପାନୀୟ ଜଳର ଅଧିକାରକୁ ସୁନିଶ୍ଚିତ କରିବା ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନିଅନ୍ତୁ। #waterforall #safedrinkingwater #malkangiri #korukonda #cleanwaterforall #ruraldevelopment #righttowater #odisha
Video Content