Post by Shramajibee Sangathan
Lead Organizer at SJS/MSJS Malkangiri
🌱 ପଡ଼ିଆରୁ ବଢିଆ – ଚାଷୀଙ୍କ ସ୍ୱର, ଦେଶର ଖାଦ୍ୟ ସୁରକ୍ଷାର ଆଧାର 🌱 ମାଲକାନଗିରି ଜିଲ୍ଲାର ତଣ୍ଡିକି ଗ୍ରାମ ସାପ୍ତାହିକ ହାଟରେ ଶ୍ରମଜୀବୀ ସଂଗଠନ ପକ୍ଷରୁ "ପଡ଼ିଆରୁ ବଢିଆ" କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହେଲା। ଏହି ଅବସରରେ ଶତାଧିକ ଚାଷୀ ଡାଲି ମିଶନ ୨୦୨୫–୩୧ ପଦକ୍ଷେପ ପାଇଁ କେନ୍ଦ୍ର ସରକାରଙ୍କୁ ପୋଷ୍ଟକାର୍ଡ ମାଧ୍ୟମରେ ଧନ୍ୟବାଦ ଜଣାଇବା ସହିତ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କୃଷିମନ୍ତ୍ରୀ, ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ରୀୟ କୃଷିମନ୍ତ୍ରୀଙ୍କ ନିକଟକୁ ନିଜ ଦାବି ପୋଷ୍ଟକାର୍ଡ ମାଧ୍ୟମରେ ପଠାଇଛନ୍ତି। 📢 ଚାଷୀଙ୍କ ପ୍ରମୁଖ ଦାବି 🌾 ଉନ୍ନତମାନର ଡାଲିଜାତୀୟ ବିହନ ଯୋଗାଇ ଦିଆଯାଉ। 🌾 ପ୍ରତିବର୍ଷ ଅକ୍ଟୋବର ୧୫ ତାରିଖରୁ ମାଗଣା ବିହନ ବଣ୍ଟନ କରାଯାଉ। 🌾 ଅଧିକରୁ ଅଧିକ କ୍ଷୁଦ୍ର ଓ ପ୍ରାନ୍ତିକ ଚାଷୀଙ୍କୁ ଏହି ସୁବିଧାରେ ସାମିଲ କରାଯାଉ। 🤝 ଚାଷୀଙ୍କ ସ୍ୱରକୁ ନୀତି ନିର୍ଦ୍ଧାରଣରେ ସ୍ଥାନ ମିଳିଲେ ହିଁ କୃଷି ହେବ ସଶକ୍ତ, ପଡ଼ିଆ ହେବ ସବୁଜ ଏବଂ ଦେଶର ଖାଦ୍ୟ ସୁରକ୍ଷା ହେବ ଆହୁରି ମଜବୁତ। #malkangiri #farmersvoice #dalmission #pulsemission #supportfarmers #postcardcampaign #sustainableagriculture #odisha